ଦହି ବାଇଗଣ :
ଦହି ବାଇଗଣ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଯାହା ଦହିରେ ଭଜା ବାଇଗଣ ମିଶାଇ ତିଆରି କରାଯାଇଥାଏ ।
ଆବଶ୍ୟକ ସାମଗ୍ରୀ :
- ଦହି
- ବାଇଗଣ
- ମସଲା
- ଗୋଟା ସୋରିଷ
- ଭ୍ରୂଷଙ୍ଗ ପତ୍ର
- ରସୁଣ ଛେଚା
- ଲଙ୍କା
- ହଳଦୀ ଗୁଣ୍ଡ
- ଲୁଣ
- ଜିରା ଗୁଣ୍ଡ
ପ୍ରଣାଳୀ :
- ପ୍ରଥମେ ବାଇଗଣ କୁ ଭଲ ଭାବେ ଧୋଇ ପତଳା ପତଳା କଟାଯାଏ ।
- କଢେଇ ରେ ତେଲ ଗରମ କରି ସେଥିରେ ଗୋଟା ସୋରିଷ, ଭ୍ରୂଷଙ୍ଗ ପତ୍ର, ରସୁଣ ଛେଚା, ଲଙ୍କା, ସାମାନ୍ୟ ହଳଦୀ ମିଶେଇଲା ପରେ କଟାଯାଇଥିବା ବାଇଗଣ କୁ ସେଥିରେ ଭଜାଯାଏ ।
- ଶେଷରେ ସେହି ଭଜା ବାଇଗଣ କୁ ଟିକେ ଥଣ୍ଡା ହେଇ ଆସିବା ପରେ ଦହି ରେ ମିସାଇ, ସ୍ଵାଦ ଅନୁସାରେ ଲୁଣ, ଜିରାଲଙ୍କା ଗୁଣ୍ଡା ମିଶାଯାଏ ।
- ଏହାକୁ ଭାତ ବା ରୁଟି ସହ ପରଷା ଯାଇପାରେ ।
- ଏଥର ତିଆରି ହୋଇଗଲା ଆପଣଙ୍କର ଦହି ବାଇଗଣ ଗିନାରେ ପରସି ଦିଅନ୍ତୁ, ଖାଆନ୍ତୁ ଓ ଖୁଆନ୍ତୁ.... ।
0 comments:
Post a Comment