ସାମଗ୍ରୀ:-
- ଗାଜର (୨୫୦ ଗ୍ରାମ)
- କ୍ଷୀର (୨୫୦ ଗ୍ରାମ)
- ଚିନି (ସ୍ଵାଦ ଅନୁସାରେ)
- ଗୁଆ ଘିଅ (୬ ଚାମଚ)
- କାଜୁ ଓ କିସମିସ (୧୦୦ ଗ୍ରାମ)
- ଗୁଜିରତି (୫ ଟି)
ପ୍ରଣାଳୀ:-
  Ø  ଗାଜରର ଚୋପା ଛଡାଇ ତାକୁ  ସରୁ ସରୁ କରି କାଟିଦିଅନ୍ତୁ ।
  Ø           ତାର ରସକୁ ଚିପୁଡି ଗୋଟିଏ ପାତ୍ରରେ ଅଲଗା କରି ରଖନ୍ତୁ ।
  Ø       ଏବେ ଗୋଟିଏ କଡେଇ ମଧ୍ୟମ ଆଞ୍ଚରେ ବସାନ୍ତୁ , ସେଥିରେ ୪ ଚାମଚ ଘିଅ , ଗୁଜୁରାତି          ପକାଇ ୧ ମିନିଟ ଗରମ କରନ୍ତୁ । ସେଥିରେ ଗାଜର ପକାଇ ୧୦ ମିନିଟ ରାନ୍ଧନ୍ତୁ ।
  Ø              ତାପରେ ସେଥିରେ ଗାଜରର ରସକୁ ପକାଇ ଦିଅନ୍ତୁ ।
  Ø               ଆଉ ଗୋଟିଏ ଜାଗାରେ କ୍ଷୀରକୁ ୧୫ ମିନିଟ ପାଇଁ ଗରମ କରନ୍ତୁ ।
  Ø        ଏବେ କ୍ଷୀରକୁ ଗାଜର ସହ ମିଶାଇ ଦିଅନ୍ତୁ , ସ୍ଵାଦ ଅନୁସାରେ  ଚିନି ପକାଇଦିଅନ୍ତୁ ଏବଂ ଭଲରେ ଗୋଳାଇ ୫ ମିନିଟ ପାଇଁ ସିଝିବା ପାଇଁ ଛାଡିଦିଆନ୍ତୁ ।
  Ø   ଆଉ ଏକ କଡେଇକୁ ମାଧ୍ୟମ ଅଞ୍ଚରେ ବସାଇ ୨ ଚାମଚ ଘିଅ ଦିଅନ୍ତୁ ଓ ସେଥିରେ କାଜୁ ଓ              କିସମିସକୁ ପକାଇ ଭଲରେ ୨ ମିନିଟ ପାଇଁ ଭାଜି ଦିଅନ୍ତୁ ।
  Ø          ଏବେ କାଜୁ ଓ କିସମିସକୁ ଗାଜରରେ ମିଶାଇ ଗୋଟିଏ ପାତ୍ରରେ ବାହାର କରିଦିଅନ୍ତୁ ।
  Ø         ଥଣ୍ଡା ହୋଇଗଲା ପରେ ବାଢନ୍ତୁ ଗାଜର ହାଳୁଆ.
 











 
 
 
 
 
 
0 comments:
Post a Comment