ଖିରି /କ୍ଷୀରି :
'ଖିରି /କ୍ଷୀରି ' ଏକ ପାରମ୍ପାରିକ ଦକ୍ଷିଣ ଏସୀୟ ଖାଦ୍ୟ । ଏହାକୁ ଚାଉଳ ବା ଭଙ୍ଗା ଗହମକୁ କ୍ଷୀରରେ ଫୁଟାଇ ସେଥିରେ କେସର, ଗୁଜୁରାତି, କିସମିସ, କାଜୁ, ପିସ୍ତା ବାଦାମ ବା ଆଲମଣ୍ଡ ଆଦି ପକାଇ ତିଆରି କରାଯାଇଥାଏ । କ୍ଷୀରି ୨,୦୦୦ ବର୍ଷ ତଳେ ଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶାରେ ଜନ୍ମ ନେଇଥିଲା । ଏହା ମନ୍ଦିରରେ ପୂଜା ଓ ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।

ଆବଶ୍ୟକ ସାମଗ୍ରୀ :
- ୧ ଲିଟର କ୍ଷୀର
- ୧/୨ କପ ବସୁମତୀ ଚାଉଳ
- ୩/୪ କପ ଖୁଆ
- ୧ କପ ଚିନି
- କିଛି କାଜୁ
- କିଛି କିସମିସ
- ଗୁଜୁରାତି ଗୁଣ୍ଡ
- ଗୁଆ ଘିଅ ୨ ଚାମଚ
- ମିଲ୍କ ମେଡ
- ପାଣି
ପ୍ରଣାଳୀ :
- ପ୍ରଥମେ ହାଣ୍ଡିରେ ଗୁଆ ଘିଅ ପକାଇ ଗରମ କରି ଦିଅନ୍ତୁ,ସେଥିରେ ଗୁଜୁରାତି ଗୁଣ୍ଡ- ଓ ଭେଦା ଚାଉଳ ପକାଇ ୧୦ ରୁ ୧୨ ମିନିଟ ଭଲ ଭାବେ ଘାଣ୍ଟି ଦିଅନ୍ତୁ ।
- କିଛି ଚିନି,କାଜୁ,କିସମିସ ପକାଇ ନିୟମିତ ବ୍ୟବଧାନରେ ଗୋଳାନ୍ତୁ ।
- ମାଟିଆ ରଙ୍ଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
- ଅଳ୍ପ ପାଣି,କ୍ଷୀର (୫୦୦ ମିଲିଲିଟର) ପକାଇ ଘୋଡେଇ ଦିଅନ୍ତୁ ।
- ମଝିରେ ମଝିରେ ଢାଙ୍କୁଣୀ ଖୋଲି ଗୋଳେଇ ଦିଅନ୍ତୁ ।
- ଚାଉଳ ପ୍ରାୟ ଅଧାରୁ ଅଧିକ ଫୁଟିଲା ପର୍ଯ୍ୟନ୍ତ ପ୍ରଣାଳୀ ଜାରି ରଖନ୍ତୁ ।
- ଚାଉଳ ଫୁଟି ସାରିଲା ପରେ ଖୁଆ ଓ ମିଲ୍କ ମେଡ ପକାଇ ଗୋଳାନ୍ତୁ ଯେଉଁ ପର୍ଯ୍ୟନ୍ତ- ଖିରୀ ବହଳିଆ ନ ହେଇଛି ।
- ଏଥର ତିଆରି ହୋଇଗଲା ଆପଣଙ୍କର ଖିରି ଥଣ୍ଡା କରି ଗିନାରେ ପରସି ଦିଅନ୍ତୁ,- ଖାଆନ୍ତୁ ଓ ଖୁଆନ୍ତୁ.... ।
 
0 comments:
Post a Comment