async='' କିପରି ପ୍ରସ୍ତୁତ କରିବେ ଦହି ପଖାଳ ଭାତ ~ OdiaInfo.In

Thursday, April 7, 2016

କିପରି ପ୍ରସ୍ତୁତ କରିବେ ଦହି ପଖାଳ ଭାତ


ପଖାଳ ଭାତ :

ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ପଖାଳ ଏକ ନିତିଦିନିଆ ସୁସ୍ୱାସ୍ଥ୍ୟକର ଓଡ଼ିଆ ଖାଦ୍ୟ । ଏହା ଖରା ଦିନରେ ଦେହରେ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଏକ ଉପାଦେୟ ଖାଦ୍ୟ । ପାଣି ଯୁକ୍ତ ଏହି ଭାତକୁ ପଖାଳ କୁହାଯାଏ ଓ ଏହାର ପାଣିକୁ ତୋରାଣି କୁହାଯାଏ । କିପରି ପ୍ରସ୍ତୁତ କରିବେ  ଦହି ପଖାଳ ଭାତ.......

ଆବଶ୍ୟ ସାମଗ୍ରୀ :

·        ଭାତ (୧ପାତ୍ର)

·        ପାଣି (୨ ପାତ୍ର)

·        ଦହି (୧ କପ)

·        ସୋରିଷ (୧ ଚାମଚ)

·        ଭୃଷଙ୍ଗ ପତ୍ର (୧୦ ଟି)

·        ଲୁଣ (ସ୍ଵାଦ ଅନୁସାରେ)

·        ଶୁଖିଲା ଲଙ୍କା (୧ ଟି)

·        ଆମ୍ବକଷିଆ ଅଦା ଛେଚା (ଅଳ୍ପ)


·        ତେଲ (୧ ଚାମଚ)

ପ୍ରଣାଳୀ :

  1.      ପଖାଳ ଭାତ ପାଇଁ ୧ ପାତ୍ର ଭାତରେ ୨ ପାତ୍ର ପାଣି ମିଶାନ୍ତୁ । ଯଦି ବାସି ପଖାଳ କରିବା ପାଇଁ ଚାହାନ୍ତି ତାହାଲେ   ଭାତରେ ପାଣି ମିଶାଇ ୬ ରୁ ୮ ଘଣ୍ଟା ପାଇଁ ରଖିବେ ।
  2.     ଗୋଟିଏ କଡେଇକୁ ଧିମା ଆଞ୍ଚରେ ବସାନ୍ତୁ, ଗରମ ହେଲା ପରେ ୧ ଚାମଚ ତେଲ ପକାଇ ସେଥିରେ ୧ ଚାମଚ ସୋରିଷ, ଭୁର୍ସଙ୍ଗ ପତ୍ର , ଶୁଖିଲା ଲଙ୍କା ପକାଇ ଭାଜି ଦିଆନ୍ତୁ ।  ସେଥିରେ ଅଧ କପ ପାଣି ପକାଇ ଅତି ଧିମା ଆଞ୍ଚରେ କିଛି ସମୟ ରଖି ବାହାର କରି ଦିଅନ୍ତୁ 
  3.      ଥଣ୍ଡା ହୋଇଗଲା ପରେ ସେଥିରେ ଦହି , ଛେଚା ଅଦା , ପଖାଳ ଭାତକୁ ଭଲରେ ମିଶାଇ ସେଥିରେ ସ୍ଵାଦ ଅନୁସାରେ ଲୁଣ ପକାନ୍ତୁ 
  4.      ଏଥର ତିଆରି ହୋଇଗଲା ଆପଣଙ୍କର ଦହି ପଖାଳ, ଖାଆନ୍ତୁ ଓ ଖୁଆନ୍ତୁ....

Get free daily email updates!

Follow us!

0 comments:

Post a Comment