ଭଲ ମୁଁ ପାଉଛି- Bhala mun Pauchhi -By - Kamal Kumar Dash
-----------------ଭଲ ମୁଁ ପାଉଛି---------------
ଭଲ ମୁଁ ପାଉଛି ତୁମକୁ କେବଳ
ଭଲ ପାଇବାର ପାଇଁ
ଭଲ ପାଇବାର ଛଡା ଆଉ କିଛି
ତୁମଠୁ ମୁଁ ଚାହେଁ ନାହିଁ–୧
ବସନ ଭୁଷଣ ସୁବର୍ଣ କଂକଣ
ମୋର କେବେ ଲୋଡା ନହିଁ
ତୁମରି ପରଶେ ପ୍ରିତୀରେ ହରସେ
ଚାହେଁ ମୁଁ ହଜିବା ପାଇଁ–୨
ମୋର ନିସଂଗତା ମୋର ଏ ଜନ୍ତ୍ରଣା
ସବୁତ ପ୍ରେମର ପାଇଁ
ସଂଛିତ ଯା ଥିଲା ଦୁନିଆଁ ରେ ମୋର
ଆସିଛି ତାକୁ ହଜାଇ–୩
ଭିଜି ଭିଜି ଆଜି ଖୋଜି ମୁଁ ବୁଲୁଛି
ତୁମରି ସନିଧ୍ୟ ପାଇଁ
ପ୍ରିଯତମ ତୁମ ପଥକୁ ଚାହିଁଛି
ଭିଜାଭିଜା ଆଖି ନେଇ–୪
ଶପନ ଦେଖିଛି ପ୍ରିଯ ତୁମ ସାଥେ
ଅଂଧାରେ ହଜିବା ପାଇଁ
ଘଂଚ ଜଂଗଲର ଅଜଣା ଗୁହାରେ
ଦେବାକୁ ମୋତେ ହଜାଇ–୫
ପ୍ରିଯତମ ତୁମ ମିଳନ ପାଇଁକି
ପ୍ରତୀଖ୍ୟା ରେ ଅଛି ରହି
ଜନ୍ମ ଜନ୍ମାନ୍ତରୁ ଖୋଜୁଛି ତୁମକୁ
ତୁମ ପଦ ଚିହ୍ନ ନେଇ–୬
ଥରେ ପାଶେ ଆସି ଜୀବନ ମରୁରେ
ଯାଅ ମରୁ ଝର ହୋଈ
ମୋ ଦୁଃଖ ଜଂନ୍ତ୍ରଣା ତୁମ ପରସରେ
 










 
 
 
 
 
 
0 comments:
Post a Comment